Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆରମ୍ଭ ହେବ ଡିଜିଟାଲ୍ ଆଟେଣ୍ଡାନ୍ସ ବ୍ୟବସ୍ଥା, ଅଭିଭାବକ ଜାଣିବେ ପିଲାଙ୍କ ଉପସ୍ଥାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆରମ୍ଭ ହେବ ଡିଜିଟାଲ୍ ଆଟେଣ୍ଡାନ୍ସ ବ୍ୟବସ୍ଥା, ଅଭିଭାବକ ଜାଣିବେ ପିଲାଙ୍କ ଉପସ୍ଥାନ

ମୋବାଇଲ୍ ଆଟେଣ୍ଡାନ୍ସ ଲାଗୁରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବେଳେ ଉଭୟ ସ୍କୁଲ ଏବଂ କଲେଜରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଭାଗ ଅଣ୍ଟା ଭିଡ଼ିଛି । ତେବେ ୨୦୧୯ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ବିଭାଗ ପକ୍ଷରୁ ସରକାରୀ ସ୍କୁଲଗୁଡିକରେ ଡିଜିଟାଲ -ଆଟେଣ୍ଡାନ୍ସ ଆରମ୍ଭ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଏହା ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଲାଗି ଲାଗୁ କରାଯିବ । ଫଳରେ ଏଣିକି ଦୈନିକ କେତେ ଛାତ୍ରଛାତ୍ରୀ ଶ୍ରେଣୀ କକ୍ଷରେ ଉପସ୍ଥାନ ରହୁଛନ୍ତି ତା’ର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ । ଏହାବ୍ୟତୀତ ପିଲାମାନେ ସ୍କୁଲରେ ଦୈନିକ କେତୋଟି କ୍ଲାସ୍‌ରେ ଉପସ୍ଥିତ ରହିଛନ୍ତି ତା’ର ରିପୋର୍ଟ ମଧ୍ୟ ଅଭିଭାବକଙ୍କୁ ଜଣାଇ ଦିଆଯିବ । ପୂର୍ବରୁ ରାଜ୍ୟର ସବୁ ଜୁନିୟର କଲେଜଗୁଡିକରେ ପ୍ରତ୍ୟେକ କ୍ଲାସ୍‌ରେ ଆଟେଣ୍ଡାନ୍ସ ସିଟ୍‌ରେ ପିଲାଙ୍କ ଉପସ୍ଥାନ ନିଆଯାଉଥିବା ବେଳେ ଏଣିକି ଉଭୟ ଆଟେଣ୍ଡାନ୍ସ ସିଟ୍ ବ୍ୟତୀତ ମୋବାଇଲରେ ମଧ୍ୟ ପିଲାଙ୍କ ଉପସ୍ଥାନ ଦିଆଯିବ । କ୍ଲାସ୍ ଆରମ୍ଭରୁ ଆଟେଣ୍ଡାନ୍ସ ସିଟ୍‌ରେ ପିଲାଙ୍କ ଉପସ୍ଥାନ ନେବା ପରେ ସମ୍ପୃକ୍ତ କ୍ଲାସ ଶେଷ ହେବା ପରେ ତୁରନ୍ତ ମୋବାଇଲ ଆଟେଣ୍ଡାନ୍ସରେ କେଉଁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ତାହା ଅପ୍‌ଲୋଡ କରାଯିବ । ଯାହାର ରିପୋର୍ଟ ବିଭାଗର ପୋର୍ଟାଲ ଏବଂ ଅଭିଭାବକଙ୍କ ମୋବାଇଲକୁ ପଠାଯିବ । ପୂର୍ବରୁ ବର୍ଷ ଶେଷକୁ ଉପସ୍ଥାନ ଯାଞ୍ଚ ହେଉଥିବା ବେଳେ ଏଣିକି ମାସିକିଆ ଉପସ୍ଥାନ ଅନୁଧ୍ୟାନ କରାଯିବ । ଯେଉଁ ଛାତ୍ରଛାତ୍ରୀ ଶ୍ରେଣୀରେ ୫୦ପ୍ରତିଶତରୁ କମ୍ ଉପସ୍ଥିତ ରହିଥିବେ ସେହି ପିଲାଙ୍କୁ କୈଫତ ତଲବ କରାଯିବ । ଜୁନିୟର କଲେଜଗୁଡିକରେ ଏଭଳି ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକିଛି ବର୍ଷ ହେବ ରାଜ୍ୟରେ ଯୁକ୍ତଦୁଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଶାନୁରୂପ ହେଉନାହିଁ । ବିଶେଷକରି ଅନେକ ଛାତ୍ରଛାତ୍ରୀ ଶ୍ରେଣୀ ପଢ଼ାକୁ ଗୁରୁତ୍ୱ ନଦେଇ ଘରୋଇ ଟ୍ୟୁସନ ଉପରେ ନିର୍ଭର କରୁଛନ୍ତି । ଆଉକିଛି ପିଲା ପ୍ରଥମ ବର୍ଷ ପରେ ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଉଛନ୍ତି । ଫଳରେ ଶ୍ରେଣୀ ପଢ଼ାରେ ବ୍ୟାଘାତ ସୃଷ୍ଟିହେଉଛି । ଏହାବ୍ୟତୀତ ରାଜ୍ୟରେ ପ୍ରାୟ ୫୩ ପ୍ରତିଶତ ଛାତ୍ରଛାତ୍ରୀ କଲେଜ ଆସିବା ପରେ ବାହାରେ ବୁଲୁଛନ୍ତି । ଏମାନଙ୍କ ମଧ୍ୟରୁ ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ପ୍ରାୟ ୩୫% ପିଲା କ୍ଲାସ୍ କରିନଥାନ୍ତି । ତେବେ ପିଲାମାନେ କ୍ଲାସ କରୁନଥିବା ବେଳେ କଲେଜରେ ପାଠପଢ଼ା ହେଉନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ତେବେ ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍‌-ଆଟେଣ୍ଡାନ୍ସ ପ୍ରଚଳନ ହେବାକୁ ଯାଉଛି । ଯାହାକୁ ସବୁ ସ୍ତରରେ ମଧ୍ୟ ସ୍ୱାଗତ କରାଯାଇଛି ।

ସ୍କୁଲ୍‌ସ୍ତରରେ ଏହି ମୋବାଇଲ୍‌-ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଜିଲ୍ଲାୱାରୀ ଦୈନିକ ଅଭିଭାବକଙ୍କୁ ପିଲାର ଉପସ୍ଥାନ ସମ୍ପର୍କରେ ଅବଗତ କରାଯାଉଥିବା ବେଳେ ପ୍ରତି ସପ୍ତାହର ଶନିବାର ଦିନ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ସାପ୍ତାହିକ ରିପୋର୍ଟ ବିଇଓଙ୍କ ପାଖରେ ଦାଖଲ କରୁଥିଲେ । ମାତ୍ର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଲାଗି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଦୈନିକ ପ୍ରତ୍ୟେକ କ୍ଲାସ୍ ଶେଷ ହେବା ପରେ ବିଭାଗର ପୋର୍ଟାଲରେ ଉପସ୍ଥାନ ରିପୋର୍ଟ ଅପ୍‌ଲୋଡ କରାଯିବ, ଯେଉଁଥିରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କ ଦସ୍ତଖତ ରହିବ । ଏହା ପରେ ଅପରାହ୍ଣ ୪ଟା ସୁଦ୍ଧା ଅଭିଭାବକଙ୍କ ମୋବାଇଲ୍‌ରେ ପିଲାଙ୍କ ଉପସ୍ଥାନ ରିପୋର୍ଟ ପଠାଯିବ । ଏଥିପାଇଁ ପ୍ରତ୍ୟେକ କଲେଜରେ ସ୍ୱତନ୍ତ୍ର ସେଲ୍ କରାଯିବ । ଯେଉଁଥିରେ କଲେଜର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ । ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଲାଗି କଲେଜରେ ୭ଘଣ୍ଟା ବାଧ୍ୟତାମୂଳକ କରାଯାଇଥିବାରୁ ଏହି ବ୍ୟବସ୍ଥାକୁ ଚଳାଇବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଉଛି ।

ଏ ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେବା ସହ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷା ଲାଗି କଲେଜଗୁଡିକର ଭିତ୍ତିଭୂମିରେ ସୁଧାର ଆଣିବା ସହ ଶ୍ରେଣୀ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏପରିକି ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମଧ୍ୟ ଜୁନିୟର କଲେଜ ପରିଦର୍ଶନରେ ଯିବେ । କଲେଜରେ ଅନେକ ସମୟରେ ଅଧ୍ୟାପକ-ଅଧ୍ୟାପିକା ରହୁନଥିଲେ । ଅନେକ ଅଧ୍ୟାପକ ସେମାନଙ୍କ କ୍ଲାସ୍ ଶେଷ କରି କଲେଜରୁ ପଳାଇ ଆସୁଥିଲେ । ଆଉ କିଛି ଘରୋଇ ଟ୍ୟୁସନରେ ବ୍ୟସ୍ତ ଥିବାରୁ କ୍ଲାସ୍ ପଢ଼ାକୁ ଠିକ୍ ଭାବେ କରୁନଥିଲେ । ତେଣୁ ଏହି ସମସ୍ୟାର ସମାଧାନ ଲାଗି କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ ହେବା ପରେ ଏବେ ପିଲାଙ୍କ ଲାଗି ଡିଜିଟାଲ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ କରାଯିବ । ଦୈନିକ ଉପସ୍ଥାନକୁ ଗୁରୁତ୍ୱ ଦିଆଯିବା ପରେ ପିଲାଙ୍କ ମନରେ ମଧ୍ୟ ଭୟ ସୃଷ୍ଟିହେବ । ଫଳରେ କଲେଜ ଆସିବା ଏବଂ ସବୁ କ୍ଲାସ କରିବାକୁ ଛାତ୍ରଛାତ୍ରୀ ବାଧ୍ୟ ହେବେ । ଏହି ମାସିକିଆ ଉପସ୍ଥାନ ରିପୋର୍ଟ ଆଧାରରେ ଶେଷବର୍ଷ ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ହେବ ବୋଲି ନିଷ୍ପତ୍ତି ହୋଇଛି । ତେବେ ଏହି ବ୍ୟବସ୍ଥା ଲାଗି କୌଣସି ଅତିରିକ୍ତ ଖର୍ଚ୍ଚ ବିଭାଗ ପକ୍ଷରୁ ହେବନାହିଁ । ଯଦି ଆବଶ୍ୟକ ପଡ଼େ ତେବେ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନ ରାଶିରୁ ବ୍ୟୟ କରାଯିବ ।