ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଏହି ରୋଗୀ ଜଣଙ୍କ ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ଜଣେ ୫୦ ବର୍ଷୀୟ ପୁରୁଷ ହୋଇଥିବା ଜଣା ପଡ଼ିଛି। ସେ କିଛି ଦିନ ତଳେ ପଶ୍ଚିମବଙ୍ଗରୁ ଫେରିଛନ୍ତି।
ରାଜ୍ୟରେ ପର୍ତ୍ତମାନ ସୁଦ୍ଧା ୯୦ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ଆରୋଗ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୫୬ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।