କରୋନାକୁ ନଡରି ନିର୍ଭୀକ ହୁଅନ୍ତୁ : ସୁବ୍ରତ ବାଗଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାକୁ ନେଇ ଡରନ୍ତୁ ନାହିଁ । ନିଜକୁ ସନ୍ଦିଗ୍ଧ ମନେ କଲେ ଆଗେଇ ଆସନ୍ତୁ । ପଡୋଶୀଙ୍କ ଠାରୁ ଲୁଚାନ୍ତୁ ନାହିଁ । ଏହା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ବଂଚାଇ ପାରିବ । ଏସମ୍ପର୍କରେ ଲୁଚାନ୍ତୁ ନାହିଁ ନୀର୍ଭିକ ଭାବେ ଜଣାନ୍ତୁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଯେ ୫ ଜଣ ପଜିଟିଭଙ୍କ ଭିତରୁ ଜଣଙ୍କୁ ୪୯ ଥର କଲ୍ କରିବା ପରେ ଥରେ ଉଠାଇଥିଲେ । ସରକାର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ କଲ କରୁଥିଲେ ହେଁ ସେ ଉତର ଦେଇନଥିଲେ । ଭୟରୁ ଏପରି ହୋଇଛି । ଭୟକୁ ଡରିଲେ ସେ ସେତିକି ଡରେଇବ । ତେଣୁ ନିର୍ଭୀକ ହେବାକୁ ସେ ପରାମର୍ଶ ଦେଇଛନ୍ତି ।