ଟାୱାର ନାହିଁ ତ ଭୋଟ୍ ନାହିଁ, ଜିଲ୍ଲାପାଲଙ୍କ ସହିତ ବୈଠକ ବିଫଳ, ୫ ପଞ୍ଚାୟତରେ ନାମାଙ୍କନ ଦାଖଲ କଲେନି କୌଣସି ପ୍ରାର୍ଥୀ

ଦେବଗଡ଼,ଏନ୍ଏନ୍ଏସ୍: ସାରା ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନିତି ସରଗରମ ହୋଇଉଠିଥିଲା ବେଳେ ଦେଓଗଡ଼ ଜିଲ୍ଲାର ପାଞ୍ଚ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତିି ନେଇଛନ୍ତି । ଅଭିଯୋଗ ମୁତାବକ ପଞ୍ଚାୟତରେ ମୋବାଇଲ ଟାୱାର ନଥିବାରୁ ଭୋଟ୍ ଦେବାକୁ ମନା କରିବା ସହିତ ଏହି ପାଞ୍ଚ ପଞ୍ଚାୟତରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇପାରି ନାହିଁ । ରାଜ୍ୟରେ ଗତ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଯେପରି କେହି ପ୍ରାର୍ଥୀପତ୍ର ଦାଖଲ କରି ନପାରନ୍ତ ସେଥି ପାଇଁ ପଞ୍ଚାୟତ ବାସୀ ପଞ୍ଚାୟତ ସାମ୍ନାରେ ଧାରଣାରେ ବସିଥିଲେ।

ନିଜ ଅଞ୍ଚଳରେ ମୋବାଇଲ୍ ଫୋନ୍ ଟାୱାରର ଅନୁପସ୍ଥିତିରେ ଅସନ୍ତୋଷ ବ୍ୟକ୍ତ କରି ଓଡ଼ିଶାର ଦେଓଗଡ ଜିଲ୍ଲାର ତିଲିବାନୀ ବ୍ଲକର ପାଞ୍ଚଟି ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ, ସମିତି ସଦସ୍ୟ ଏବଂ ୱାର୍ଡ ସଦସ୍ୟ ପଦବୀ ପାଇଁ କୌଣସି ନାମାଙ୍କନ ଦାଖଲ କରିନାହାଁନ୍ତି।

ଦେଓଗଡର ପାରପୋସି, ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ଝାରମୁଣ୍ଡା ପଞ୍ଚାୟତବାସୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ ଥିଲା। ଯଦି ଉକ୍ତ ଅଞ୍ଚଳରେ ମୋବାଇଲ୍ ଫୋନ୍ ଟାୱାର ପ୍ରତିଷ୍ଠା ଦାବି ପୂରଣ ନହୁଏ ତେବେ ଗ୍ରାମବାସୀ ଏହା ପୂର୍ବରୁ ସର୍ବସମ୍ମତି କ୍ରମେ ସମଗ୍ର ନିର୍ବାଚନ ପ୍ରକ୍ରିୟାରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ସେମାନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଉଥିବା ଲୋକଙ୍କୁ ‘ପଞ୍ଚାୟତ ବିରୋଧୀ’ ବୋଲି କହିବା ପାଇଁ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି।

ତେବେ ଶୁକ୍ରବାର ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସଂପୃକ୍ତ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଗ୍ରାମବାସୀମାନେ ମନୋନୟନ ପ୍ରକ୍ରିୟାରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଜିଲ୍ଲାପାଳଙ୍କ ସହିତ ଆଜିର ବୈଠକ ବିପଳ ହେବା ପରେ ଗ୍ରାମବସୀ ସେମାନଙ୍କ ଅଞ୍ଚଳବାସୀଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତି ନେବେ ବୋଲି ଜଣାଇଛନ୍ତି । ସେମାନେ କହିଛନ୍ତି ଯେ ମୋବାଇଲ୍ ଫୋନ୍ ନେଟୱାର୍କ ଆଉ ବିଳାସପୂର୍ଣ୍ଣ ନୁହେଁ ବରଂ ଏକ ଆବଶ୍ୟକତା ବୋଲି ସ୍ଥାନୀୟ ଲୋକ କହିଛନ୍ତି। କରୋନା ଲକ୍‌ଡାଉନ୍ ସମୟରେ ମୋବାଇଲ୍ ଫୋନ୍ ନେଟୱାର୍କର ଗୁରୁତ୍ୱ ବିଶେଷ ଭାବରେ ବୃଦ୍ଧି ପାଇଛି, ବିଶେଷକରି ଅନଲାଇନ୍ କ୍ଲାସ୍ ପାଇଁ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳତା ବଢିଛି ।