୧୦୫ ବିଦ୍ୟାଳୟରେ ନାହିଁ ଶୌଚାଳୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦ୍ୟାଳୟ ଗଣିଶିକ୍ଷା ବିଭାଗ ଅଧିନରେ ୪୬,୦୩୩ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅଛି । ସେଥି ମଧ୍ୟରୁ ରାଜ୍ୟର ୧୦୫ଟି ବିଦ୍ୟାଳୟରେ ଶୌଚାଳୟ ନାହିଁ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ବୁଧବାର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ବିଦ୍ୟାଳୟ ଗଣିଶିକ୍ଷା ବିଭାଗ ଅଧିନରେ ଥିବା ୪୬,୦୩୩ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା କରାଯାଇଛି। ପୁଅଙ୍କ ପାଇଁ ୪୫୭୫୨ ଟି ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ୧୧,୦୪୦ଟି ବିଦ୍ୟାଳୟର ଶୌଚାଳୟକୁ ପାଇପ୍ ଦ୍ୱାରା ପାଣିର ବ୍ୟବସ୍ଥା ଅଛି । ଝିଅଙ୍କ ପାଇଁ ୪୫,୬୦୯ଟି ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ହୋଇଛି। ସେହିପରି ୨୦୦୨ଟି ବିଦ୍ୟାଳୟରେ ଶୌଚାଳୟକୁ ପାଇପ୍ ଦ୍ୱାରା ପାଣି ସଂଯୋଗ କରାଯାଇଛି। ହେଲେ ରାଜ୍ୟରେ ୧୦୫ଟି ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ନାହିଁ।