ଲକଡାଉନରେ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂକୁ ନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଲକଡାଉନ ସମୟରେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ ସମ୍ପୂର୍ଣ୍ଣ ମନା। କିଛି ଲୋକ ଏପରି କରି କଟକଣା ଉଲ୍ଲଂଘନ କରୁଛନ୍ତି। ରାସ୍ତା ଉପରକୁ ଆସି ଗହଳି କରିବା ଲକଡାଉନର ଉଦ୍ଦେଶ୍ୟ ନୁହେଁ। ସେଥିପାଇଁ ଏପରି କରି ନିୟମ ଉଲ୍ଲଂଘନ କରନ୍ତୁନି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି।