ରାଜ୍ୟର ୪୩୬ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟର ୪୩୬ଟି ପଞ୍ଚାୟତରେ ନାହିଁ ଉଚ୍ଚ ବିଦ୍ୟାଳୟ। ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ଉନ୍ନୀତ କରାଯାଉଛି। ବିଧାନସଭାରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସର୍ବମୋଟ ୮୦୭୬ ଟି ଉଚ୍ଚ ବିଦ୍ୟାଳୟ ଅଛି। ୪୩୬ଟି ପଞ୍ଚାୟତରେ କୌଣସି ଉଚ୍ଚ ବିଦ୍ୟାଳୟ ନାହିଁ। ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଉନ୍ନୀତ କରାଯାଉଛି।

ପୁନଶ୍ଚ, ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଆବଶ୍ୟକତା ଭିତ୍ତିରେ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ନୂତନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।