ରାଜ୍ୟରେ ଲାଗୁହେବ ନାହିଁ ଦିନ କର୍ଫ୍ୟୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ତେଣୁ ଏବେ ଦିନରେ କର୍ଫ୍ୟୁ ଲାଗିବ ନାହିଁ ବୋଲି (ଏସଏରସି) ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନରେ କର୍ଫ୍ୟୁ ଜାରି କରିବା ନେଇ ବିଚାର ଚାଲିଛି ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସନ୍ଧ୍ୟାରେ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ଏସଆରସି । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ବର୍ତ୍ତମାନ ଦିନରେ କର୍ଫ୍ୟୁୁ ଜାରି କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।