ଭଲ ଖବର: ରାଜ୍ୟରେ ସୁସ୍ଥହେଲେ ୩୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୦ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୭୯୩୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ନୂଆପଡା ଜିଲ୍ଲାରୁ ୮୨ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୪, କଟକରୁ ୨୮, ବରଗଡ଼ରୁ ୨୪, ଝାରସୁଗୁଡାରୁ ୨୪, ସୁନ୍ଦରଗଡରୁ ୧୫, ବଲାଙ୍ଗିରରୁ ୧୩, ସମ୍ବଲପୁରରୁ ୧୧, ଭଦ୍ରକରୁ ୮, ଯାଜପୁରରୁ ୮, କଳାହାଣ୍ଡିରୁ ୮, ମୟୂରଭଞ୍ଜରୁ ୮, ଗଞ୍ଜାମରୁ ୬, ପୁରୀରରୁ ୬,କେନ୍ଦ୍ରାପଡାରୁ ୪, ଅନୁଗୁଳରୁ ୩, ବାଲେଶ୍ୱରରୁ ୩, କେନ୍ଦୁଝରରୁ ୩, ରାୟଗାଡରୁ ୨, ଦେବଗଡରୁ ୧, ଜଗତସିଂହପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇଛନ୍ତି।