Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆପୋଲୋ ହସ୍ପିଟାଲ୍ ରେଜିଷ୍ଟ୍ରେସନ ରଦ୍ଦ ପାଇଁ ଏନ୍ଏଚ୍ଆରସିଙ୍କ ନିର୍ଦ୍ଦେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆପୋଲୋ ହସ୍ପିଟାଲ୍ ରେଜିଷ୍ଟ୍ରେସନ ରଦ୍ଦ ପାଇଁ ଏନ୍ଏଚ୍ଆରସିଙ୍କ ନିର୍ଦ୍ଦେଶ

ପୀଡ଼ିତାଙ୍କୁ ଦେବେ ୨ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆପୋଲୋ ହସ୍ପିଟାଲରେ ହୋଇଥିବା ବେଆଇନ୍ କିଡନୀ ଟ୍ରାନ୍ସପ୍ଲାଣ୍ଟେସନ୍ ମାମଲାରେ ପୀଡ଼ିତଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ସହ ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି)। କ୍ଷତିପୂରଣ ପାଇଁ ଘୋଷଣା ହୋଇଥିବା ଦୁଇ ଲକ୍ଷ ଟଙ୍କାକୁ ପୀଡିତଙ୍କୁ ୬ ସପ୍ତାହ ମଧ୍ୟରେ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ ଆଣ୍ଡ୍ ଟିସ୍ୟୁ ଆକ୍ଟ, ୧୯୯୪ ଅନୁଯାୟୀ ଜାତୀୟ ମାନବାଧିକାର ଆଇନ୍, ୧୯୯୩ର ସୁରକ୍ଷାକୁ ଭିତ୍ତିକରି ଆଗାମୀ ୬ ସପ୍ତାହ ମଧ୍ୟରେ ଆପୋଲୋ ହସ୍ପିଟାଲର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ବରଗଡ଼ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡ୍ନୀକୁ ବେଆଇନ୍ ଭାବେ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା। ପୂର୍ବରୁ ଜୟରାମ ଦୋରା ନାମକ ଜଣେ ବ୍ୟକ୍ତି ରାଘବରାମ ଦୋରାଙ୍କୁ କିଡନୀ ଦାନ କରିବେ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ନୋ ଅବଜେକ୍ସନ୍ ସାର୍ଟିଫିକେଟ୍(ଏନ୍ଓସି) ଦେଇ ସାରିଥିବାବେଳେ ଅନୀଲ୍ କୁମାର ସ୍ୱାମୀଙ୍କ କିଡନୀ କାଢି ବେଆଇନ୍ ଭାବେ ପ୍ରତିରୋପଣ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏନେଇ ୨୦୧୬ ଜାନୁଆରୀ ୩ତାରିଖରେ ଶ୍ରୀ ସ୍ୱାମୀ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ଦୁଇଦିନ ପରେ ଅର୍ଥାତ୍ ୨୦୧୬ ଜାନୁଆରୀ ୫ତାରିଖରେ ମାନବାଧିକାର ଆଇନର ଉଲ୍ଲଘଂନ ହୋଇଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନ୍ଏଚ୍ଆରସିଙ୍କ ପାଖେ ପିଟିସନ୍ ଦେଇଥିଲେ।

ଏନେଇ ୨୦୧୬ ମସିହା ଜାନୁଆରୀ ୨୨ରେ ଏନ୍ଏଚ୍ଆରସି କେସ୍ ରେଜିଷ୍ଟ୍ରେସନ୍ କରି ୨୦୧୮ ମସିହା ସେପ୍ଟେମ୍ବର ୧୯ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଆଠ ସପ୍ତାହ ମଧ୍ୟରେ କାରଣ ଦର୍ଶାଇବା ନେଇ ନୋଟିସ୍ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଫଳରେ ଆଗାମୀ ଅକ୍ଟୋବର ୧୧ତାରିଖ ସୁଦ୍ଧା ପୀଡ଼ିତଙ୍କୁ କ୍ଷତିପୂରଣ ସହ ଆପୋଲୋ ହସ୍ପିଟାଲର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ।