କଟକ,ଏନ୍ଏନ୍ଏସ୍: ଆଜି ଦାୟିତ୍ୱ ନେବେ ନବନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ସନୀଲ କୁମାର ବଂଶଲ। ଆପରାହ୍ନ ୪ ଟା ସମୟରେ ପୋଲିସ ମୁଖ୍ୟାଳୟରେ ଅଭୟଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିବେ। ଏଥିପାଇଁ ସେ ଗତକାଲି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି । ବିମାନ ବନ୍ଦରରେ ପହଁଞ୍ଚିବା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅନେକ ପୋଲିସ ଅଧୀକାରୀ ତାଙ୍କୁ ସ୍ୱାଗତ କରିଥିଲେ।
ତେବେ ଆଜି ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ। ଗତ ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ନୂତନ ପୋଲିସ ମହାନର୍ଦ୍ଦେଶକ ଭାବରେ ସୁନୀଲ କୁମାର ବଂଶଲଙ୍କ ନାମ ରାଜ୍ୟ ସରକାର ଘୋଷଣା କରିଥିଲେ। ୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସର ଦିର୍ଘ ୨୫ ବର୍ଷରୁ ଉର୍ଦ୍ଧ ସମୟ ଧରି କେନ୍ଦ୍ରୟ ଡେପୁଟେସନ୍ରେ ରହିଥିଲେ।
ଗତ ୨୭ ତାରିଖରେ କେନ୍ଦ୍ର ସରକାର ତାଙ୍କୁ କେନ୍ଦ୍ରିୟ ଡେପୁଟେସନରୁ ମୁକ୍ତ କରିଥିଲେ। ରାଜ୍ୟରେ ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି, ଏହା ବଂଶଲଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ପୁର୍ବରୁ ସେ ଢେଙ୍କାନାଳ, ମୟୁରଭଞ୍ଜ ଏବଂ ଅନୁଗୁଳରେ ଏସ୍ପି ଭାବରେ କାର୍ଯ୍ୟ କରିଛନ୍ତି ।