ଶ୍ରୀମନ୍ଦିରରେ ଆଜିଠୁ ଲାଗୁ ହେଲା ନୂଆ ଏସଓପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିରରେ ଆଜିଠାରୁ ନୂଆ ଏସଓପି ଲାଗୁ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ପରିଚୟପତ୍ର ମଧ୍ୟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ହୋଇଥିବା କିଓସ୍କୋରେ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ନିଜର ଫଟୋଗ୍ରାଫି କରିବା ସହ ହାତକୁ ସାନିଟାଇଜ କରିବେ। କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯିବେ। ସେହିପରି ଯେଉଁ ଭକ୍ତମାନେ ଦୁଇଟି ପର୍ଯ୍ୟାୟରେ କୋଭିଡ ଟିକା ନେଇଥିବେ ସେମାନେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ।

ତେବେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ଭିତରେ ତିନୋଟି ଟିମ ରହି କୋଭିଡ ଗାଇଡଲାଇନ କିଭଳି ପାଳନ ହୋଇପାରିବ ସେନେଇ ଅନୁଧ୍ୟାନ କରିବେ। ଗତକାଲି ଶ୍ରୀମନ୍ଦିର ସାନିଟାଇଜ କରାଯାଇଛି।