ଆଜିଠୁ ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ, ରାଜ୍ୟ ଭିତରେ କେବଳ ସିଟିଂରେ ଚାଲିବ ବସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଆଜିଠୁ ଓଡିଶା ବାହାରୁ ଆସୁଥିବା ସମସ୍ତ ବସ୍ ସେବାକୁ ବନ୍ଦ କରାଯାଇଛି।

ପୂର୍ବରୁ କେବଳ ଛତିଶଗଡରୁ ବସ୍ ଚଳାଚଳା ବନ୍ଦ ରଖାଯାଇଥିଲା ବେଳେ ଏବେ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଆଜିଠୁ ବାହାର ରାଜ୍ୟରୁ ଓଡିଶାକୁ କୌଣସି ବସ ଆସିବ ନାହିଁ କିମ୍ବା ରାଜ୍ୟ ବାହାରକୁ ବସ ଯାଇପାରିବ ନାହିଁ। କଟକଣା ଭିତରେ ରାଜ୍ୟ ଭିତରେ ବସ ଚଳାଚଳ କରିବ।

ତେବେ ରାଜ୍ୟ ଭିତରେ ଚାଲୁଥିବା ବସ୍ ଗୁଡିକରେ ଲୋକମାନେ କେବଳ ସିଟିଂରେ ଯିବେ। ଏହା ସହିତ ବିଭିନ୍ନ ପାସେଞ୍ଜର ଅଟୋ ଏବଂ ଟ୍ୟାକ୍ସିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ। ରାଜ୍ୟରେ କରୋନା ଗ୍ରାଫ ବଢିଚାଲିଛି।