ଦାୟିତ୍ୱ ନେଲେ ବିମାନବନ୍ଦର ନୂଆ ନିର୍ଦ୍ଦେଶକ: ବିଦେଶକୁ ବିମାନ ସଂଖ୍ୟା ବଢ଼ାଇବାକୁ ଦେବେ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁନେଶ୍ୱର ବିମାନବନ୍ଦର ଆନ୍ତର୍ଜାତୀକ ବିମାନ ବନ୍ଦର ମାନ୍ୟତା ପାଇଥିଲେ ମଧ୍ୟ ବହୁତ କମ୍ ବିମାନ ବେଦଶକୁ ଚଳପ୍ରଚଳ କରୁଛି। ତେଣୁ କେମିତି ବିଦେଶରୁ ଅଧିକରୁ ଅଧିକ ବିମାନ ଚଳାଚଳ ହୋଇପାଇରିବ ସେନେଇ ଗୁରୁତ୍ୱ ଦିଆଯିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଷକ ଭିଭି ରାଓ ପ୍ରତିକ୍ରିୟା ଦେଇଛନ୍ତି। ମଙ୍ଗଳବାର ଶ୍ରା ରାଓ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦେଶର ବିଭିନ୍ନ ବିମାନବନ୍ଦର ସହ କେମିତି ଭୁବନେଶ୍ୱରକୁ ଯୋଡ଼ି ହେବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଗତ ନଭେମ୍ବର ୧୫ ତାରିଖରେ ଶୁରେଷ ଚନ୍ଦ୍ର ହୋତା ଏହି ପଦରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଶ୍ରୀ ରାଓଙ୍କୁ ବିମାନବନ୍ଦର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ରାଓ ଏହା ପୂର୍ବରୁ ମଦୁରାୟୀ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ବେଳେ ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ। ତେବେ ଏହି ଦାୟିତ୍ୱ ନେବା ପରେ ସେ ନିଜର ଖୁସି ବ୍ୟକ୍ତ କରଛନ୍ତି। ଏହାସହିତ ବିମାନ ବନ୍ଦର ଭିତ୍ତିପ୍ରସ୍ଥର ସ୍ଥାପନ ବେଳୁ ସେ ଏଠାରେ କାମ କରିଥିବା ବେଳେ ଏବେ ଏହା ଦେଶର ଏକ ବଡ଼ ବିମାନ ବନ୍ଦର ଭାବେ ପରିଚୟ ପାଇଛି।

ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ଅନେକ ପରିବର୍ତ୍ତନ ହୋଇଛି ବୋଲି ଶ୍ରୀ ରାଓ କହିଛନ୍ତି। ଅନ୍ୟପକ୍ଷରେ ଭିତ୍ତିଭୂମି କ୍ଷେତ୍ର ବହୁ ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ସବୁ କାମକୁ ସେ ସଠିକ୍ ଭାବେ କରିବାକୁ ଲକ୍ଷ ରଖିଛନ୍ତି। ବିମାନ ବନ୍ଦର ବିକାଶ ପାଇଁ ଆର୍ଥୀକ ସ୍ଥିତିରେ କୌଣସି ସମସ୍ୟ ନାହଁ, କେବଳ ରାଜ୍ୟ ସରକାରଙ୍କ ସହଯୋଗ ରହିଲେ ଏହାକୁ ଆହୁରୀ ଉନ୍ନତି କରିହେବ ବୋଲି ସେ ମତ ଦେଇଛନ୍ତି।

ସେହିପରି ଆଗକୁ ହେବାକୁ ଥିବା ବିମାନ ବନ୍ଦର ରନୱେ ରିକାର୍ପେଟିଂ କାମ ଓ ପାରାଲାଲ ଟାକ୍ସି-ୱେ କାମକୁ କେମିତି ନିର୍ଦ୍ଧାରିତ ସମୟ ଭିତରେ ସାରି ହେବ ସେନେଇ ସେ ବିଭାଗ ସହ ଆଲୋଚନା କରି କାର୍ଯ୍ୟ କରିବେ ବୋଲି କହିଛନ୍ତି। ସମସ୍ତେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି, ତେଣୁ କାମ କରିବା ପାଇଁ କୌଣସି ସମସ୍ୟା ରହିବ ନାହିଁ ଏଥିପାଇଁ ସମସ୍ତଙ୍କ ସହାୟତା ରହିଲେ ବିମାନ ବନ୍ଦରକୁ ଉପରକୁ ଯାଇପାରିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିମାନବନ୍ଦର ରିକାର୍ପେଟିଂ ପାଇଁ ପୂର୍ବରୁ ଘୋଷଣା ହୋଇଥିବା ବେଳେ, ଏଥିପାଇଁ ୮ ମାସ ବିମାନ ଚଳାଚଳ ସେବା ପ୍ରଭାବିତ ହେବ। ଏହି କାମ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିଥାନ୍ତା। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ରାତିରେ ଓ ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନରେ ବିମାନ ଉଡ଼ାଣ ବନ୍ଦ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ମାତ୍ର ନଭେମ୍ବନ ୧ ତାରିଖରୁ କାମ ଆରମ୍ଭ ହୋଇନଥିବା ବେଳେ ଏହାକୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ଡିସେମ୍ବର ୧ରୁ ବି କାମ ଆରମ୍ଭ ହୋଇପାରି ନାହିଁ।