ରୋହନପ୍ରୀତଙ୍କ ସହ ରିଲେସନସିପକୁ ମୋହର ଲଗାଇଲେ ନେହା

ମୁମ୍ବାଇ: ନିଜର ସୁମଧୁର ସ୍ୱର ଜରିଆରେ ଦେଶବାସୀଙ୍କ ମନ ଜିଣିଥିବା ନେହା କକ୍କଡ ଗାୟକ ରୋହନପ୍ରୀତଙ୍କ ଆଗରେ ଦୃଦୟ ହାରି ଦେଇଛନ୍ତି। ରହନପ୍ରୀତଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବାବେଳେ ନେହା ସୋସିଆଲ ମିଡିଆ ଜରିଆରେ ଏଥିରେ ମୋହର ଲଗାଇଛନ୍ତି। ଉଭୟ ନେହା ଓ ରୋହନପ୍ରୀତ ଇନଷ୍ଟାଗ୍ରାମରେ ସମାନ ଫଟୋ ପୋଷ୍ଟ କରି ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଜାହିର କରିଛନ୍ତି। ଏଥିସହିତ ନେହା ଓ ରୋହନପ୍ରୀତଙ୍କ ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯାହାକୁ ତାଙ୍କ ନିର୍ବନ୍ଧର ବୋଲି କୁହାଯାଉଛି। କିନ୍ତୁ ନିର୍ବନ୍ଧକୁ ନେଇ ଉଭୟ ନେହା ଓ ରୋହନପ୍ରୀତ କୌଣସି ଆନୁଷଙ୍ଗିକ ଘୋଷଣା କରିନାହାନ୍ତି।

ସୂଚନାଯୋଗ୍ୟ, ନେହା ଓ ରୋହନପ୍ରୀତ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି। ରୋହନପ୍ରୀତ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର’ ଓ କଲର୍ସ ଚ୍ୟାନେଲର ‘ମୁଝସେ ସାଦି କରୋଗୀ’ ଶୋ’ରେ ନଜର ଆସିଥିଲେ ।