ପରୀ ପ୍ରସଙ୍ଗ: କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ପାଇଁ ସୁପାରିସ୍‌ କଲା ଏନସିପିସିଆର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ଚାରିଆଡୁ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର ଏସଆଇଟି ହାତରେ ତଦନ୍ତ ଭାର ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗତ ୨-୪ ଦିନ ଭିତରେ ଏସଆଇଟି ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ପରେ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ବର୍ତ୍ତମାନ ପରୀ ପ୍ରସଙ୍ଗରେ ଏସଆଇଟି ଓ ରାଜ୍ୟ ସରକାରଙ୍କ ଅନ୍ୟ ତଦନ୍ତକାରୀ ସଂସ୍ଥା ଗୁଡିକର ତଦନ୍ତ ଉପରେ ଆସ୍ଥା ହରାଇଛନ୍ତି ଜାତୀୟ ଶିଶୁ ଅଧିକାର ଆୟୋଗ ବା ଏନସିପିସିଆର। ରାଜ୍ୟ ସରକାରଙ୍କ ତଦନ୍ତରେ ଅସନ୍ତୁଷ୍ଟ ହେବା ପରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ସୁପାରିସ୍ କରିଛନ୍ତି ଏନସିପିସିଆର।

ଏନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ୍ ପାତ୍ର ଜାତୀୟ ଶିଶୁ ଅଧିକାର ଆୟୋଗଙ୍କ ପାଖରେ ଅଭିଯୋଗ କରିବା ପରେ ଆଜି ଏନସିପିସିଆର ଏଭଳି ନିଷ୍ପତି ନେଇଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଗୁଡିକର ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଏନସିପିସିଆର ଏଭଳି ନିଷ୍ପତି ନେଇଥିବା ସ୍ପଷ୍ଟ ହୋଇଛି।