୨୨ରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବାତିଲ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟକୁ ବାତିଲ୍ କରି ଦିଆଯାଇଛି। ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ହେବ ନାହିଁ। ଏଥିସହ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ସ୍ଲଟ୍ସକୁ ବାତିଲ୍ କରାଯାଇଛି। ଏନେଇ ସମ୍ପୃକ୍ତ ଆରଟିଓ ଜନସାଧାରଣଙ୍କ ଅବଗତି ନିମନ୍ତେ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଫଳରେ ସମସ୍ତେ ଏନେଇ ଅବଗତ ହୋଇପାରିବେ। କୋଭିଡ୍ ସଂକ୍ରମଣକୁ ଦେଖି ଗତ ୧୫ ତାରିଖରେ ସରକାରୀ ଅଫିସ୍ ଲାଗି ସାଧାରଣ ପ୍ରଶାସନ ବିଭାଗ ଗାଇଡଲାଇନ୍ ଜାରି କରିଥିଲା । ଯେଉଁଥିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ବୋଲି କୁହାଯାଇଥିଲା ।