ଭୁବନେଶ୍ୱର, ଏନ୍ଏନ୍ଏସ୍ : ପୁରୀ – କୋଣାର୍କ ମେରାଇନ ଡ୍ରାଇଭରେ କୋଣାର୍କ ଠାରୁ ୮କ.ମି ଦୂରରେ ୧୪ଡିସେମ୍ବରରୁ ୧୪ଜାନୁଆରୀ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଦେଶ ବିଦେଶରେ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତି କରାଯାଇଛି। ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି।
