ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନର ଟୟ ଟ୍ରେନ ପୁଣି ଅଧା ରାସ୍ତାରେ ଜଙ୍ଗଲ ମଝିରେ ଅଟକିଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ହୋଇଥିବା ଜଣାପଡ଼ିଛି । ଫଳରେ ଏଥିରେ ଥିବା ୨୨ଜଣ ପର୍ଯ୍ୟଟକଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ିରେ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ, ପ୍ରାୟ ମାସେ ହେବ ବନ୍ଦ ରହିଥିବା ଟୟ ଟ୍ରେନ କାଲିଠାରୁ ଚାଲିଥିଲା । ଦୈନିକ ୬ଥର ଟୟ ଟ୍ରେନ ଚାଲିବା ନେଇ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ ।