ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଆୟ ବହିର୍ଭୁତ ସମ୍ପତ୍ତିି ଠୁଳ ଅଭିଯୋଗରେ ସିବିଆଇ ଗିରଫ କରିଛି । ଏନେଇ ଭିଜିଲାନ୍ସ ସେଲ ଏସପି ଏମ୍ ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି । ଶ୍ରୀଯୁକ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ଘରୁ ୩ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ୫ଟି ପ୍ଲଟ୍ ଓ ୨ଟି ଦାମୀ କାର ମଧ୍ୟ ଠାବ ହୋଇଛି । ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି । ଆୟଠାରୁ ଅଧିକ ୫୦୦ ପ୍ରତିଶତ ସମ୍ପତ୍ତି ଠାବ ହୋଇଛି । କାଲି ପ୍ରଶାନ୍ତଙ୍କ ଘରୁ ନଗଦ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥିଲା ।