ଠେଲାପେଲା ଯୋଗୁ ଏକାଧିକ ଆହତ

ପୁରୀ,ଏନ୍‌ଏନ୍‌ଏସ୍‌: ରଥଯାତ୍ରା ଲାଗି ଆଜି ବଡ଼ଦାଣ୍ଡ ଜନ ସମୁଦ୍ର ପାଲଟିଛି । ଏହି ପରିପ୍ରେକ୍ଷୀରେ ତାଳଧ୍ୱଜ ରଥ ଟଣାବେଳେ ଠେଲାପେଲା ହୋଇଥିଲା । ଆଉ ମରିଚିକୋଟ ଛକଠାରେ ଠେଲାପେଲା ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।