ରିଲିଜ ହେଲା ସାହିଦଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଜର୍ସି’ର ଟ୍ରେଲର

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ ହୋଇଛି। ୨ମିନିଟ ୫୩ ସେକେଣ୍ଡର ଟ୍ରେଲରରେ ସାହିଦ, ମୃଣାଳ ଠାକୁର ଓ ପଙ୍କଜ କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବା ପରେ ଖୁବ୍ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମରେ ସାହିଦ ଜଣେ ବିଫଳ କ୍ରିକେଟର ଭୂମିକାରେ ନଜର ଆସିବେ ଯିଏକି ପୁଣିଥରେ ତାଙ୍କ ପୁଅ ପାଇଁ ଖେଳରେ ପ୍ରବେଶ କରୁଛନ୍ତି। ମୃଣାଳ ଫିଲ୍ମରେ ସାହିଦଙ୍କ ସ୍ତ୍ରୀ ଭୂମିକା ନିର୍ବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯିଏକି କ୍ରିକେଟର ହେବାକୁ ଚାହୁଁଛି।

ସୂଚନାଯୋଗ୍ୟ, ‘ଜର୍ସି’ ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିବା ସମାନ ବିଶିଷ୍ଟ ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକ୍। ଗୌତମ ଟିନ୍ନାନପୁରୀଙ୍କ ନିଦ୍ଦେଶନାରେ ପ୍ରସ୍ତୁତ ‘ଜର୍ସି’ ଫିଲ୍ମଟି ଆସନ୍ତା ଡିସେମ୍ବର ୩୧ ତାରିଖରେ ସିନେମା ଘରେ ରିଲିଜ ହେବ।