ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରିପୋର୍ଟ କାର୍ଡକୁ ଉନ୍ମୋଚନ କରି ସାଂସଦ କହିଛନ୍ତି, ଏଇ ତିନି ବର୍ଷରେ ୬ଟି ଦିଗରେ କାମ କରିବାର ପ୍ରୟାସ କରିଛି । ବିକାଶ କାର୍ଯ୍ୟ, ଜନସାଧାରଣଙ୍କ ଅଭିଯୋଗର ଶୁଣାଣି, ସମସ୍ତଙ୍କ ପାଖକୁ ପହଞ୍ଚିବା, ସଂସଦରେ ଭୁବନେଶ୍ୱର କଥା ଉପସ୍ଥାପନା, ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଅଂଶଗ୍ରହଣ କରିବା ଓ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ମତ ରଖିଛି । ବିଭିନ୍ନ ଦିଗରେ ନିଜର ୧୦୦% ଦେଇଥିବା କହି ନିଜର କାମ ବଖାଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।