ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ସମସ୍ତ ସ୍କୁଲରେ ମର୍ଣ୍ଣିଂଙ୍ଗ କ୍ଲାସ ଆରମ୍ଭ ହେବାକୁ ଯାଉଛି। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ କ୍ଲାସ ଭୋର ୬.୩୦ ରୁ ଆରମ୍ଭ ହୋଇ ୧୦.୩୦ରେ ଶେଷ କରାଯିବ ଏବଂ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ସକାଳ ୭ଟାରୁ ଦିନ ୧୧.୩୦ ଯାଏଁ କ୍ଲାସ ହେବ।
ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲାସ ସାରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା ଓ ଓଆରଏସ୍ ଆସି ରଖିବାକୁ ନିର୍ଦ୍ଦେଶ ରହିଛି।