Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୬ଟି ଷ୍ଟେସନରେ ୧୦୦ ଫୁଟ୍ ଉଚ୍ଚ ଜାତୀୟ ପତାକା ସ୍ଥାପନ କରିବ ପୂର୍ବତଟ ରେଳପଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୬ଟି ଷ୍ଟେସନରେ ୧୦୦ ଫୁଟ୍ ଉଚ୍ଚ ଜାତୀୟ ପତାକା ସ୍ଥାପନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତଟ ରେଳପଥ ୨୬ଟି ଷ୍ଟେସନ ରେ ମନୁମେଂଟାଲ ଜାତୀୟ ପତାକା ସ୍ଥାପନ କରିବାକୁ ଯୋଜନା କରିଛି । ଭାରତୀୟ ରେଳବାଇରେ ଯାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଏବଂ ଦେଶ ଭକ୍ତିର ଭାବନା ପ୍ରଦାନ କରିବା ପାଇଁ ରେଳଷ୍ଟେସନ ଗୁଡିକୁ ସୌନ୍ଦର୍ୟ୍ୟକରଣ କରିବା ଲକ୍ଷ୍ୟରେ ରେଳମନ୍ତ୍ରଣାଳୟ ଆଦେଶନାମା ଅନୁଯାଇ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ପର୍ୟ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନ ମାନଙ୍କ ଠାରେ ମନୁମେଂଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରିଛି ।

ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୨୬ଟି ଷ୍ଟେସନ ଠାରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଖମ୍ବରେ ଜାତୀୟ ପତାକା ଉତୋଳନ କରିବାକୁ ସ୍ଥିର କରାଯାଇଛି । ଏହି ଷ୍ଟେସନ ଗୁଡିକ ଜିଲ୍ଲା ସଦର ମହକୁମା, ଐତିହାସିକ ଓ ପର୍ୟ୍ୟଟନ ସ୍ଥଳମାନଙ୍କରେ ଅବସ୍ଥିତ ।

ଓଡିଶା ରାଜଧାନୀ ଭୁବନେଶ୍ୱର ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଏହି ମନୁମେଂଟାଲ ତ୍ରିରଙ୍ଗା ପୂର୍ବରୁ ସ୍ଥାପନ କରାଯାଇସାରିଛି । ଏବେ ପ୍ରସ୍ତାବିତ ଷ୍ଟେସନ ଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ୧୩ଟି ଷ୍ଟେସନ ଠାରେ, ୱାଲଟିୟର ରେଳମଣ୍ଡଳ ର ୭ଟି ଷ୍ଟେସନ ଠାରେ ଏବଂ ସମ୍ବଲପୁର ରେଳମଣ୍ଡଳର ୬ଟି ଷ୍ଟେସନ ଠାରେ ମନୁମେଂଟାଲ ଜାତୀୟ ପତାକା ସ୍ଥାପନ କରାଯିବ । ଭଲ ଦୃଶ୍ୟମାନ ହେଉଥିବା, ବିସ୍ତୃତ ସ୍ଥାନର ଉପଲବ୍ଧତା ସହିତ ଅନ୍ୟାନ ସୁରକ୍ଷା ଓ ସୁରକ୍ଷା ଉପାୟ ଗୁଡିକୁ ଧ୍ୟାନରେ ରଖି ଏହିସବୁକୁ ପ୍ରତିଷ୍ଠା କରାଯିବ ।

ଖରଡ଼ା ରୋଡ଼ ରେଳମଣ୍ଡଳର ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର ଓ ପାରାଦୀପ ଠାରେ; ସମ୍ବଲପୁର ରେଳମଣ୍ଡଳର ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ନୂଆପଡା ରୋଡ଼, ଭବାନୀପାଟଣା, ଓ ମହାସମୁନ୍ଦ ଏବଂ ୱାଲଟିୟର ରେଳମଣ୍ଡଳର କୋରାପୁଟ, ରାୟଗଡା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, ଜଗଦଳପୁର ଓ ଦନ୍ତେୱାଡା ଷ୍ଟେସନ ମାନଙ୍କ ଠାରେ ଏହି ସବୁ ମନୁମେଂଟାଲ ତ୍ରିରଙ୍ଗା ପତାକା ପ୍ରତିଷ୍ଠା କରାଯିବ ।

ଷ୍ଟେସନ ପାଖରେ ଥିବା ଉପଯୋଗୀ ଫାଙ୍କା ସ୍ଥାନଠାରେ ଏହି ମନୁମେଂଟାଲ ତ୍ରିରଙ୍ଗା ପତାକା ସ୍ଥାପନ କରାଯିବାକୁ ଥିବାବେଳେ ଭଲ ଦୃଶ୍ୟମାନ ପାଇଁ ଫୋକସ ଲାଇଟ ବ୍ୟବହାର ମଧ୍ୟ କରାଯିବ । ଷ୍ଟେସନ ପ୍ରଶାସନ ଓ ରେଳବାଇ ସୁରକ୍ଷାବଳ ଦ୍ୱାରା ଏହି ମନୁମେଂଟାଲ ତ୍ରିରଙ୍ଗା ପତାକା ଗୁଡିକର ରକ୍ଷଣାବେକ୍ଷଣ କରାଯିବ ।