ଫିଲ୍ମ ସାଇନ୍ କରିବା ପୂର୍ବରୁ କାହା କଥା ଶୁଣନ୍ତି ହ୍ରିତିକ୍ ? ଜାଣନ୍ତୁ

ଏ ବର୍ଷ ହ୍ରିତିକ୍ ରୋଶନଙ୍କର ଦୁଇଟି ଫିଲ୍ମ ଆସିଛି ପ୍ରେକ୍ଷାଳୟକୁ – ‘ୱାର୍’ ଓ ‘ସୁପର୍ ୩୦’। ଉଭୟ ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି ଓ ସମୀକ୍ଷକମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି। ‘ୱାର୍’ ତ ବକ୍ସ ଅଫିସରେ ଅନେକ ରେକର୍ଡ କରିଛି। ଏ ବାବଦରେ ହ୍ରିତିକ୍ କହନ୍ତି, ସେ ଦେଖିଚାହିଁ, ବାଛିବାଛି ଫିଲ୍ମ ସାଇନ୍ କରନ୍ତି। ଫିଲ୍ମକୁ ନେଇ ସେ ଖୁବ୍ ଏକ୍ସପେରିମେଣ୍ଟ କରନ୍ତି, ଚ୍ୟାଲେଞ୍ଜକୁ ସ୍ୱୀକାର କରନ୍ତି ଆଉ ପ୍ରୋଜେକ୍ଟଟିଏରେ ସାମିଲ ହେବା ପୂର୍ବରୁ ନିଜ ମନର କଥା ଶୁଣନ୍ତି। ନିଜକୁ ପ୍ରଶ୍ନ ପଚାରନ୍ତି। ଯାହା ସବୁ ତାଙ୍କୁ ଉତ୍ସାହ ଦିଏ, ସେ ସେଭଳି କାମ କରିବାକୁ ଭଲ ପାଆନ୍ତି। ତେଣିିକି ସେ ଆକ୍ସନଧର୍ମୀ ସିନେମା ହେଉ ବା ଅନ୍ୟ କିଛି ବୋଲି କହିଛନ୍ତି ହ୍ରିତିକ୍।