ଓଡ଼ିଶାକୁ ଡେରିରେ ଆସିବ ମୌସୁମୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିଥିବା ବେଳେ ଏହା ଓଡ଼ିଶାକୁ ବିଳମ୍ବରେ ଆସିବ। ୪ରୁ ୫ ଦିନ ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସିବ ବୋଲି ଭୂ-ବିଜ୍ଞାନ ସଚିବ ମାଧବନ ରାଜୀବନ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ସେହିପରି କେରଳରେ ପୂର୍ବ ନିର୍ଦ୍ଧାରିତ ଜୁନ୍ ୧ରେ ମୌସୁମୀ ପହଞ୍ଚିବ। ଅନ୍ୟପଟେ ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟଠାରୁ ଶୀଘ୍ର ମୌସୁମୀ ଆସିବ ବୋଲି ଜଣାପଡ଼ିଛି।

ଆଇଏମଡି ସୂଚନା ଅନୁସାରେ ଚଳିତ ବର୍ଷ ଦେଶରେ ମୌସୁମୀ ସ୍ୱାଭାବିକ ରହିବ। ଏ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଏହି ସମୟରେ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ରହିବ ବୋଲି କହିଛନ୍ତି।