ସଂସଦ ଢାଞ୍ଚାରେ ହେବ ବିଧାନସଭାର ମୌସୁମୀ ଅଧିବେସନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେବ। ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। କେବଳ ପ୍ରଶ୍ନ କାଳକୁ ଛାଡ଼ି ନିୟମ ଅନୁଯାୟୀ ଶୂନ୍ୟ କାଳ, ମୁଲତବି ପ୍ରସ୍ତାବ, ମୋସନ, କଲିଂ ଆଟେନସନ ରହିବ। ବସିବା ପାଇଁ ବିଧାୟକମାନେ ୪ଫୁଟ ଦୂରତା ବଜାୟ ରଖିବେ। ବିଧାନସଭା ସିଟରେ କାଚ ଲାଗିବ। ଦର୍ଶକ ଗ୍ୟାଲେରୀରେ ମଧ୍ୟ ବିଧାୟକ ବସିବେ। ସେଥିପାଇଁ ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି। ଏଥିସହିତ ଯେଉଁ ବରିଷ୍ଠ ବିଧାୟକମାନେ ଆସିବେ ନାହିଁ ସେମାନଙ୍କୁ ଆଗୁଆ ସୂଚନା ଦେବାକୁ ପଡ଼ିବ। ଜିଲ୍ଲା ମୁଖ୍ୟାଳୟ, ନିଜ ଘର କିମ୍ବା ଓକାକରୁ ଭିଡିଓ କନଫ୍ରେନ୍ସିଂ ଯୋଗେ ଅଧିବେସନରେ ଅଂଶଗ୍ରହଣ କରିପାରିବେ। ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି।