ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ମନୋଜ ସରକାର

ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକ୍ସ ଖେଳରେ ମନୋଜ ସରକାର ବ୍ରୋଞ୍ଜ ପଦକ ଜିତିଛନ୍ତି। ମନୋଜ ବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ୩ ବର୍ଗରେ ଜାପାନର ଡାଇସୁକେ ଫୁଜିହରାଙ୍କୁ ୨୨-୨୦ ଓ ୨୧-୧୩ ସେଟରେ ହରାଇବାରେ ସଫଳ ହୋଇଛନ୍ତି। ମନୋଜଙ୍କ ବ୍ରୋଞ୍ଜ  ସହ ଭାରତର ମୋଟ ପଦକ ସଂଖ୍ୟା ୧୭ରେ ପହଂଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମନୋଜଙ୍କୁ ଶୁଭକାମନା ଜଣାଇଛନ୍ତି।