ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ହେଲେ ମୋହମ୍ମଦ ରଫିକ୍

କଟକ,ଏନ୍ଏନ୍ଏସ୍: ଦୀର୍ଘଦିନ ଧରି ଓଡ଼ିଶା ହାଇକୋର୍ଟରେ ମୁଖ୍ୟବିଚାରପତି ପଦବୀ ଖାଲି ପଡ଼ି ରହିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଜଷ୍ଟିସ ମୋହମ୍ମଦ ରଫିକଙ୍କୁ ଓଡ଼ିଶା ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତ କରାଯାଇଛି। ତେବେ ସେ ପୂର୍ବରୁ ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ପଦବୀରେ ରହିଥିବା ବେଳେ ଗତକାଲି ସେଠାରୁ ତାଙ୍କୁ ରିଲିଜ କରାଯାଇଥିଲା।