ମୋବାଇଲ ଚୋର ଗିରଫ୍‌, ୧୩ ମୋବାଇଲ ଜବତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଗତ ୭ ତାରିଖରେ ଅଭିଯୋଗକାରୀ ସୁମନ୍ତ ପରିଡାଙ୍କ ମୋବାଇଲ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ମାମଲାର ତଦନ୍ତ କରି କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଅଭିଯୁକ୍ତମାନେ ଭୁବନେଶ୍ବରର ଭୀମପୁରର ରାକେଶ କୁମାର ଜେନା(୨୧) ଓ ବିଶ୍ବଜିତ୍ ନାୟକ(୨୬) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ରାଜଭବନ ନିକଟରେ ଛିଡା ହୋଇ ଫୋନରେ କଥା ହେଉଥିବା ସମୟରେ ନିମ୍ନୋକ୍ତ ଉଭୟ ଅଭିଯୁକ୍ତ ଏକ ସ୍ପୀଡ ମୋଟରସାଇକେଲରେ ଆସି ତାଙ୍କ ହାତରୁ ମୋବାଇଲ ଫୋନଟିକୁ ଝାମ୍ପି ନେଇଯାଇଥିଲେ। ଏହି ଘଟଣାର ଅଭିଯୋଗପରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରିବା ସହିତ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ଚଢଉ କରି ନିମ୍ନୋକ୍ତ ଉଭୟ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ସେମାଙ୍କ ନିକଟରୁ ଗୋଟିଏ ବଜାଜ ପଲସର ମୋଟରସାଇକେଲ ଏବଂ ୧୩ଟି ଚୋରା ମୋବାଇଲ ଫୋନ୍‌ ଜବତ କରିଥିଲେ।

ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ, ଉକ୍ତ ଗାଡି କିମ୍ବା ମୋବାଇଲ ଫୋନ ସମ୍ବନ୍ଧୀୟ କୌଣସୀ କାଗଜ ପତ୍ର ଦେଖାଇ ପାରିନଥିବା ବେଳେ, ସହରର ବିଭିନ୍ନ ସ୍ଥାନରୁ ଏହି ମୋବାଇଲ ଫୋନ ଗୁଡିକୁ ଛିନତାଇ କରି ଆଣିଥିବା କଥା ସ୍ଵୀକାର କରିଥିଲେ। ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ବିଶ୍ୱଜିତ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ନୟାପଲ୍ଲି ଥାନାରେ ଏକ ଛିନତାଇ ଜନିତ ମାମଲା ରହିଛି। ଶେଷରେ ତଦନ୍ତ ପରେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି।