ଭୁବନେଶ୍ୱର,ଏନ୍ଏନ୍ଏସ୍ : ୫.୧୨.୨୦୧୯ ରିଖ ସ୍ଥାନୀୟ ସାମ୍ବାଦିକ ଶ୍ରୀ ତପନ ଭଂଜ ମୋ ପରିବାରର ସହ-ଆବାହାକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସୂଚନା ଦେଇଥିଲେ ଯେ, ଯାଜପୁର ଜିଲ୍ଲାର ପ୍ରାୟ ୭ଜଣ ଯୁବକ ଦୁବାଇରେ ଫସି ରହିଛନ୍ତି। ସେମାନେ ଜଣେ ଏଜେଂଟଙ୍କ ଦୁବାଇରେ ଚାକିରି କରାଇଦେବାର ମିଛ ପ୍ରଲୋଭନାରେ ଆସି ତାଙ୍କ ସହିତ ଦୁବାଇ ଯାଇ ସେଠାରେ ଫସି ରହିଛନ୍ତି। ଏହି ସମ୍ବାଦ ପାଇବାପରେ ମୋ ପରିବାରର ସଦସ୍ୟମାନେ ତୁରନ୍ତ ଘଟଣାକୁ ଅନୁସନ୍ଧାନ କରିଥିଲେ। ମୋ ପରିବାରର ସହ-ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ, ମୋ ପରିବାରର ଆଇନୀ ପରାମର୍ଶଦାତା ଶ୍ରୀ ଅବନୀ ସାହୁ ଏହି ଘଟଣାକୁ ଅନୁଧ୍ୟାନ କରିଥିଲେ। ଫସି ରହିଥିବା ଯୁବକମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରାଯାଇ ଯାଜପୁର ଜିଲ୍ଲାର ବରି ଥାନାରେ ଏକ କେସ୍ ରୁଜୁ କରାଯାଇଥିଲା ଏବଂ ଏଜେଂଟ ଅଶୋକ ଜେନାଙ୍କୁ ୬.୧୨.୨୦୧୯ ଦିନ ପୋଲିସ ଗିରଫ କରିଥିଲା।
ଏହି ଘଟଣା ମଧ୍ୟ ସ୍ୱତନ୍ତ୍ର ରେସିଡେଂଟ କମିଶନର ଶ୍ରୀ ରବିକାନ୍ତଙ୍କ ସହିତ ଆଲୋଚନା କରାଯାଇଥିଲା କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷାକରି ଘଟଣାର ଅନୁଧ୍ୟାନ କରୁଥିଲେ। ଅନ୍ୟ ସରକାରୀ ଏଜେନ୍ସି ଓ ଚାନେଲ୍ ମାନଙ୍କ ସହିତ ଯୁବକମାନଙ୍କୁ ଉଦ୍ଧାର କରିବା ପାଇଁ ସଂପର୍କ କରାଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ମଧ୍ୟ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ବିଭିନ୍ନ ସରକାରୀ ଏଜେନ୍ସି ଓ ମୋ ପରିବାରର ହସ୍ତକ୍ଷେପ ଯୋଗୁ ଫସି ରହିଥିବା ଯୁବକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏବଂ ୮.୧୨.୨୦୧୯ ରିଖ ଦିନ ୭ ଜଣ ଯୁବକମାନଙ୍କ ମଧ୍ୟରୁ ଜଣଙ୍କୁ ଓଡ଼ିଶା ପ୍ରତ୍ୟାବର୍ତନ କରାଯାଇଥିଲା। ମୋ ପରିବାରର ସଦସ୍ୟମାନେ ନିରନ୍ତର ଏହି ଉଦ୍ଧାର ଅପରେସନକୁ ଅନୁଧ୍ୟାନ କରିଥିଲେ ଏବଂ ଆଶା କରାଯାଉଛି ଖୁବଶୀଘ୍ର ଆଉ ୬ ଜଣ ଯୁବକ ଦିନେ ଦୁଇଦିନ ମଧ୍ୟରେ ଓଡ଼ିଶାକୁ ଫେରି ଆସିବେ।