ଘରେ ରହି ପାଠ ପଢ଼ିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଜୁନ ୧୫ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ଣ ଭୋଜନ। ୩ମାସର ମଧ୍ୟାହ୍ଣଭୋଜନ ବ୍ଲକ ଜରିଆରେ ପଠାଇ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ମଧ୍ୟ ବ୍ଲକସ୍ତରରେ ପହଞ୍ôଚ ସାରିଛି। କରୋନା ଭୟାବହତା ଥମିବା ପରେ ବହି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ନୂଆ ଶିକ୍ଷାବର୍ଷକୁ ଯିବା ପୂର୍ବରୁ ପିଲାମାନେ ଘରେ ରହି ପାଠପଢ଼ା ଜାରି ରଖିବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି। ନବମ ଶ୍ରେଣୀ ବାକି ଥିବା ଗୋଟିଏ ବିଷୟର ପରୀକ୍ଷା ନେଇ ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

କରୋନା ପାଇଁ ସବୁ ସ୍କୁଲ ବନ୍ଦ ରହିଛି। ପାଠପଢ଼ାରୁ ବଞ୍ôଚତ ରହିଛନ୍ତି ଛାତ୍ରଛାତ୍ରୀ। ତେବେ କେତେକ ଘରୋଇ ସ୍କୁଲ ଅନଲାଇନ୍ ମାଧ୍ୟମରେ ପାଠପଢ଼ା ଆରମ୍ଭ କରିଛନ୍ତି। ପିଲାମାନେ ମଧ୍ୟ କମ୍ପ୍ୟୁଟର, ଲାପ୍ଟପ ଓ ମୋବାଇଲ ମାଧ୍ୟମରେ ନିଜର ଡାଉଟ କ୍ଲିୟର କରୁଛନ୍ତି। ଏହା କେବଳ ରାଜଧାନୀରେ ସମ୍ଭବପର ହୋଇଥିବା ବେଳେ ରାଜ୍ୟର ଅନେକ ଅଞ୍ଚଳରେ ପିଲାମାନେ ପାଠପଢ଼ା ବନ୍ଦ ରହିଛି। ତେବେ ବିଚଳିତ ନହୋଇ ଘରୋ ପାଠପଢ଼ିବା ସହ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ । ଅପରପେକ୍ଷ ରାଜ୍ୟର ଅନେକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ହୋଇନଥିବା ବେଳେ ଅନେକ ସ୍କୁଲରେ ଅଧା ବିଷୟର ପରୀକ୍ଷା ହୋଇଛି ।

ଅବଶିଷ୍ଟ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସେହିପରି ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଅନେକ ସ୍କୁଲରେ ଏପ୍ରିଲରେ ରିଆଡମିଶନ ପ୍ରକ୍ରିୟା ଆରମ୍ଭ ହେବା କଥା। ତେବେ କରୋନା ଲାଗି ଏହି ରିଆଡମିଶନ ପ୍ରକ୍ରିୟା କେବେ ହେବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି।