ମନ୍ତ୍ରୀ କାଟିଲେ ଧାନ

କୋଟପାଡ,ଏନ୍ଏନ୍ଏସ୍: ମନ୍ତ୍ରୀ ପଦ ଅଳଙ୍କୃତ ପରେ ମଧ୍ୟ କୌଳିକ ବୃତି ଭୂଲି ପାରି ନାହିିଁ। କୋଟପାଡ ବିଧାୟିକା ପଦ୍ମିନୀ ଦିଆନ୍। ସକ୍ରୀୟ ରାଜନିତିକୁ ଆସିବା ପୂର୍ବରୁ ଚାଷ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ପଦ୍ମିନୀ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ମଧ୍ୟ କୌଳିକ ବୃତିକୁ ଭୁଲି ପାରି ନାହାନ୍ତି । ଫୁରସତ୍ ମିଳିବା ମାତ୍ରେ ସେ ନଜ ଜମିକୁ ଯାଇ କୋତେକେବେଳେ ତୋଳି ରୋଉଛନ୍ତି । ଆଉ କେତେକେବେଳେ ବିଲରୁ ଧାନ କାଟୁଛନ୍ତି। ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ବିଲରେ ଧାନ କାଟିବା ଦୃଶ୍ୟ ଲୋକ ଲୋଚନାକୁ ଆଶିବା ପରେ ସାଧାରଣରେ ଉତ୍ସୁକୁତା ଦେଖା ଦେଇଛି।

ସୂଚନା ଥାଉକି, ଶ୍ରୀମତି ଦିଆନ୍ ଚାଷି ପରିବାରରୁ ଆସିଥିବାବେଳେ ସେ ଚାଷ ସହିତ ଓତପୃତ ଭାବେ ଜଡିତ। ବର୍ତମାନ୍ ଧାନ ଅମଳ ସମୟ ଚାଲି ଥିବାରୁ ସେ ନିଜ ଜମିରେ ଅନ୍ୟ ମାନଙ୍କ ସହ ମିଶି ଧାନ କାଟିବାରେ ସମୟ ଦେଉଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଅଂଚଳରେ ଜୋରସର ଚର୍ଚା ଚାଲିଛି।