ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦିନିକିଆ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ ନବରଙ୍ଗପୁର ଗସ୍ତ କରିଥିବା ଜଣାପଡ଼ିଛି । ଶ୍ରୀ ସାରକା କୋଷାଗୁମଡ଼ା ବ୍ଲକର ମୋତିଗାଁରେ ମୀର୍ମିଣ୍ଡାରୁ ଡାବୁଗାଁ ପର୍ଯ୍ୟନ୍ତ, ଡାବୁଗାଁ ବ୍ଲକର ତାରାଗାଁରୁ ଡାବୁଗାଁ ପର୍ଯ୍ୟନ୍ତ, ଡାବୁଗାଁରୁ ମୈଦଲପୁର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନର ଉଦଘାଟନ କରିଛନ୍ତି । ଏହି ଅବସରରେ ନୂଆକୋଟରେ କେ କଲ୍ୟାଣୀ ମେମୋରିଆଲ ପକ୍ଷରୁ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ସମ୍ମାନିତ ଅତିଥିଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଓ ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଷୋୟୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ହେଲିକପ୍ଟର ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୪୦ ହଜାର ଦର୍ଶକ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପାଇଁ ପାପଡ଼ାହାଣ୍ଡି ଏଡିପିଓ ଆଦିତ୍ୟ ସେନଙ୍କ ନେତୃତ୍ୱରେ ମୈଦଲପୁର ଥାନାଧିକାରୀ ନଟବର ନନ୍ଦଙ୍କ ସମେତ ବହୁ ପୁଲିସ ମୁତୟନ ଥିଲେ ।