Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୨୦ ସୁଦ୍ଧା ୪.୫ ମିଲିୟନ୍ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୨୦ ସୁଦ୍ଧା ୪.୫ ମିଲିୟନ୍ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର କୃଷି ଓ କୃଷକଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉତ୍ଥାନ ଲାଗି ଅନେକ ଯୋଜନା ହାତକୁ ନେଇଛନ୍ତି। ଏହି ହିତକାରୀ ଯୋଜନା ପାଇଁ କୃଷକ ସମାଜ ଆଜି ଅଣ୍ଟା ସଳଖି ଠିଆ ହୋଇପାରିଛି। ହେଲେ କେତେକ କ୍ଷେତ୍ରରେ ସାମାନ୍ୟ ଅବହେଳା ପାଇଁ କୃଷକମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟରେ ଦୁଗ୍ଧଚାଷୀମାନେ ଦୁଗ୍ଧ ବିକ୍ରି କ୍ଷେତ୍ରରେ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଫଳରେ ଦୁଗ୍ଧଚାଷୀଙ୍କ ଆର୍ଥିକ ଓ ସମାଜିକ ଉତ୍ଥାନ କ୍ଷେତ୍ରରେ ବାଧା ଉପୁଜିଛି। ଦେଶରେ ଅନ୍ୟ ରାଜ୍ୟ ସରକାର ସେମାନଙ୍କ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକା ଟଙ୍କା ଦେଉଛନ୍ତି। ହେଲେ ଓଡ଼ିଶା ସରକାର ଲିଟର ପିଛା କମ୍ ମୂଲ୍ୟରେ ପ୍ରଦାନ କରୁଛନ୍ତି।

ଏହି କାରଣ ପାଇଁ ଓଡ଼ିଶାର ଦୁଗ୍ଧ ଚାଷୀମାନେ ବହୁମାତ୍ରାରେ କ୍ଷତି ସହିବା ସହିତ ଗୋ-ପାଳନ କରିବାକୁ ଆନ୍ତରିକତା ଦେଖାଉନାହାନ୍ତି। ତେଣୁ ଓଡ଼ିଶା ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ଲିଟର ପିଛା ୩୦ ଟଙ୍କା ଦେବାକୁ ଦାବି ହେଉଛି। ରାଜ୍ୟ ସରକାର ୨ ମିଲିୟନ୍ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାନରୁ ୨୦୨୦ ସୁଦ୍ଧା ୪.୫ ମିଲିୟନ୍ ମେଟ୍ରିକ୍ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୬-୧୭ ମସିହାରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ୧୬ତମ ସ୍ଥାନରେ ଥିଲା। ରାଜ୍ୟ ସରକାର ବିଭିନ୍ନ ଗୋ-ପାଳନ ନୀତି ଓ ଗୋ-ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଚଳାଇଛନ୍ତି। ଫଳରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରାଜ୍ୟ ସରକାର ୨ ମିଲିୟନ୍ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାନରୁ ୨୦୨୦ ମସିହା ସୁଦ୍ଧା ୪.୫ ମିଲିୟନ୍ ମେଟ୍ରିକ୍ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ କ୍ଷମତା ଦିନକୁ ୧୫ଲକ୍ଷ ଲିଟର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି। ସେହି ତୁଳନାରେ ବର୍ତ୍ତମାନ ମଧ୍ୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ପାଇଛି।

୨୦୧୬-୧୭ରେ ଉତ୍ତର ପ୍ରଦେଶରେ ୨୭୭୭୦ ହଜାର ଟନ୍ ଦୁଗ୍ଧ ଉତ୍ପାଦନ ରହିଥିଲା। ଯାହାକି ପ୍ରଥମ ସ୍ଥାନରେ ରହିଥିଲା। ୨୦୧୬-୧୭ରେ ୨୦୮୫୦ ହଜାର ଟନ୍ ରହିଛି। ସେହିପରି ଗୁଜରାଟରେ ୧୨୭୮୪ ହଜାର ଟନ୍ ରହିଛି। ଏହି ସବୁ ରାଜ୍ୟଗୁଡ଼ିକରେ ଅଧିକ ମାତ୍ରାରେ ଦୁଗ୍ଧ ଉତ୍ପାଦନ ହେଉଛି। କାରଣ ଦୁଗ୍ଧ ଚାଷୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସାହାଯ୍ୟ ଯୋଗାଇ ଦିଆଯାଇଛି। ଓଡ଼ିଶାରେ ଦୁଗ୍ଧ ଚାଷୀଙ୍କୁ ସରକାର ଲିଟର ପିଛା ୨୧ଟଙ୍କାରୁ ଆରମ୍ଭ କରି ୨୯ଟଙ୍କା ପର୍ଯ୍ୟନ୍ତ ଦର ଦେଇ ଦୁଗ୍ଧ କିଣୁଥିବାବେଳେ ମୋଟାମୋଟି ଭାବେ ୨୬ଟଙ୍କା ୧୦ ପଇସା ରଖିଛନ୍ତି। ଦୁଗ୍ଧ ଲିଟର ୩୦ଟଙ୍କା କରିବା ଲାଗି ଓଡ଼ିଶା ଦୁଗ୍ଧ ମହାସଂଘ ବାରମ୍ବାର ଦାବି କରିଛି। ଦୁଗ୍ଧଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ମୂଲ୍ୟ ବଢ଼ାଇବାର ଆବଶ୍ୟକତା ରହିଛି।

ରାଜ୍ୟ ସରକାର ୨୦୧୪ ମସିହାଠାରୁ ଏ ପର୍ଯ୍ୟନ୍ତ ଦୁଗ୍ଧ ରେଟ୍ ବଢ଼ାଇ ନାହାନ୍ତି। ଉତ୍ତର ପ୍ରଦେଶ ଲିଟର ପିଛା ୩୪ଟଙ୍କା, ବିହାର ଲିଟର ପିଛା ୩୨ଟଙ୍କା, ଆନ୍ଧ୍ରପ୍ରଦେଶ ଲିଟର ପିଛା ୩୨ଟଙ୍କା, ପଶ୍ଚିମବଙ୍ଗ ଲିଟର ପିଛା ୩୦ଟଙ୍କା ରହିଛି। ଏହି ରାଜ୍ୟଗୁଡ଼ିକର ଚାଷୀମାନେ ଦୁଗ୍ଧ ଲିଟର ପିଛା ଅଧିକ ଟଙ୍କା ପାଉଥିବାରୁ ଗୋ-ପାଳନ ପ୍ରତି ମନ ବଳାଉଛନ୍ତି ବୋଲି ଜଣାପଡ଼ିଛି। ଓଡ଼ିଶାର ୧୧ଲକ୍ଷ ଦୁଗ୍ଧଚାଷୀଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅତି କମ୍ରେ ୨୦ଟି ଦୁଧିଆଳୀ ଗାଈ ବା ମଇଁଷି ରଖିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧରଣବର୍ଗ ହିତାଧିକାରୀଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳା ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ଏହାସହିତ ଏହି ଯୋଜନାରେ ଗୋ-ପାଳନ ନିମନ୍ତେ ନେଇଥିବା ଋଣ ଉପରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ସୁଧ ସରକାର ପଇଠ କରୁଛନ୍ତି। ଏହା ସହିତ ଲିଟର ପିଛା ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଦୁଗ୍ଧଚାଷୀମାନେ କହିଛନ୍ତି।