ରାଜ୍ୟରେ ବଢୁଛି ତାତି, ୭ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ଦୁଇ ଦିନ ହେଲା ବଢି ଚାଲିଛି ତାପମାତ୍ର। ଗତକାଲି ୩ଟି ଜିଲ୍ଲାରେ ୪୦ ଡିଗ୍ରୀ ଛୁଇଁଛି ରାଜ୍ୟର ତାପମାତ୍ରା। ରାଜ୍ୟରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରଭାବରେ ଏଭଳି ତାପମାତ୍ରା ବୃଦ୍ଧି ଘଟୁଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୟାଗଡ଼।

ଏଣେ ଆସନ୍ତାକାଲି ମଧ୍ୟ ୫ଟି ଜିଲ୍ଲା ପାଇଁ ବି ୟେଲୋ ୱାର୍ଣ୍ଣି ଜାରି ହୋଇଛି। ଅନୁଗୁଳ, ସୋନପୁର, ବୌଦ୍ଧ ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଜଣାଯାଇଛି। ଆସନ୍ତାକାଲି ପରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।