ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଅର୍ଥାତ ରବିବାର ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡିଆ ମହାକୁମ୍ଭର ପଞ୍ଚମ ସଂଷ୍କରଣ ଉଦ୍ଘାଟିତ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମବାର୍ଷିକ ଉପଲକ୍ଷେ ଆସନ୍ତାକାଲିଠାରୁ ଏହି ତିନି ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଅନ୍ଲାଇନ୍ରେ ଅନୁଷ୍ଠିତ ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ, ଗତ ଚାରିି ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ଦ୍ୱାରା ଏହି ମହାସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଆସୁଛିି। କିନ୍ତୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ କରୋନା କଟକଣାକୁ ଆଖି ଆଗରେ ରଖି ଏହି ସମ୍ମିଳନୀ ଭର୍ଚୁଆଲ ମଞ୍ଚରେ ଅନୁଷ୍ଠିତ ହେବ। ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ଉତ୍ସବରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ମିଡିଆ ଏଣ୍ଡ୍ ଏଣ୍ଟରଟେନ୍ମେଣ୍ଟ ସ୍କିଲ୍ କାଉନ୍ସିଲ୍ର ଅଧ୍ୟକ୍ଷ ତଥା ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଭାଷ ଘାଇ, ଏମ୍ଜିଏମ୍ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧିର ଗାଭାନେ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସଂପାଦକ ପଙ୍କଜ ମିତ୍ତଲ, ତେଜପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁନିଲକାନ୍ତ ବେହେରା ପ୍ରମୁଖ ଅଂଶଗ୍ରହଣ କରିବେ।
ଏହି ସମ୍ମିଳନୀରେ ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୮୦୦ରୁ ଅଧିକ ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବୀ ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏବର୍ଷ ସମ୍ମିଳନୀର ଶୀର୍ଷକ “ଗଣମାଧ୍ୟମ ଓ ଡିଜିଟାଲ ଟେକ୍ନୋଲୋଜି’ ରହିଛି। ଦ୍ୱିତୀୟ ଦିନରେ ୧୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ୫ଟି ସମାନ୍ତରାଳ ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିବା ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇଏମ୍ଏସ୍ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ(୯୦୪୦୦୮୫୬୩୩) ସୂଚନା ଦେଇଛନ୍ତି।
ତୃତୀୟ ଦିନରେ ଉଦ୍ଯାପନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପ୍ରଖ୍ୟାତ ସାମ୍ବ।।ଦିକ ତଥା ‘ପରୀ’ର ସଂସ୍ଥାପକ ସମ୍ପାଦକ ପି ସାଇନାଥ ଏବଂ ମଣିପାଲ ଇନିଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେସନର ପ୍ରଫେସର ବି. ପି. ସଞ୍ଜୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ତିନିଦିନିଆ ସମ୍ମିଳନୀଟି ଫେସ୍ବୁକ୍ (ସଦ୍ଭଜ୍ଞମ୨୦୨୧) ଏବଂ ୟୁଟ୍ୟୁବ୍ (ସଜ୍ଞଗ୍ଦକ୍ଟୟସଷଗ୍ଦବ) ରେ ସିଧାପ୍ରସାରଣ ହେବ।