ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର,ଏନ୍ଏନ୍ଏସ୍: ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କରୋନା ମହାମାରୀକୁ ନେଇ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା। ପରେ ମାଟ୍ରିକ ମୂଲ୍ୟାୟନକୁ ନେଇ ଦ୍ଵନ୍ଦ ଉପୁଜି ଥିଲା। ଜୁନ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଏଥିସହ ମନ୍ତ୍ରୀ କହିଛନ୍ତି କି, ମାଟ୍ରିକ ମୂଲ୍ୟାୟନ ଜୋରଦାର ଚାଲିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ। ଏହା ସହ ଆସନ୍ତା ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା। ୟୁଟ୍ୟୁବ ମାଧ୍ୟମରେ ୧୦ଟା ୪୫ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପ୍ରତି କ୍ଳାସ ୩୦ ମିନିଟ ଲେଖାଏଁ କରାଯିବ। ସୋମବାର ଠାରୁ ଶୁକ୍ରବାର ଚାଲିବ ପାଠପଢ଼ା। ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହରେ ୨୦ଟି ବିଷୟ ପାଠପଢ଼ା ହେବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ। କରୋନା କାଳରେ ସ୍କୁଲ କେବେ ଖୋଲିବ ସେନେଇ ଅନିଶ୍ଚିତତା ଲାଗିରହିଛି। ଏଣୁ ପିଲାଙ୍କୁ ପାଠପଢାଇବା ପାଇଁ ଆମେ ଚେଷ୍ଟା କରୁଛୁ। ସଂଖ୍ୟାଧିକ ପିଲାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।