ଆଜିଠାରୁ ଅଫଲାଇନ ମାଟ୍ରିକ ପରୀକ୍ଷାର ଫର୍ମ ପୂରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ। ଏହି ଅଫଲାଇନ ପରୀକ୍ଷାର ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ।

ସେଥିଲାଗି ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ଫର୍ମ ପୂରଣ କରିପାରିବେ। ଜୁଲାଇ ୩୦ ତାରିଖରେ ୭୦ ପ୍ରତିଶତ ସିଲାବସ୍ ସହିତ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। କୋଭିଡ ନିୟମ ଅନୁସାରେ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଅଫଲାଇନ ପରୀକ୍ଷାରେ ମିଳିବା ମାର୍କକୁ ନେଇ ଆଉ କୌଣସି ଆଶଙ୍କା କିମ୍ବା ସନ୍ଦେହ ରହିବନାହିଁ। ତାହା ଚୂଡାନ୍ତ ମାର୍କ ହେବ। ସେହି ଅଫଲାଇନ ମାର୍କରେ ଯୁକ୍ତ ଦୁଇ ଆବେଦନ ଲାଗି ମଧ୍ୟ କୌଣସି ସମସ୍ୟା ହେବନାହିଁ। ଚଳିତ ବର୍ଷ କରୋନା କଟକଣା ପାଇଁ ପରୀକ୍ଷା ନହୋଇପାରି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ ଦିଆଯାଇଥିଲା କିନ୍ତୁ ଅଧିକାଂଶ ପିଲା ମାର୍କକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ। ସେଥିଲାଗି କରୋନା କଟକଣା ମଧ୍ୟରେ ଅଫଲାଇନ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଛି।