ଭୋଟିଂ ସମୟରେ ମୋଦୀଙ୍କ ରୋଡ ଶୋ’କୁ ମମତାଙ୍କ ଟାର୍ଗେଟ

ଗୁଜରାଟ: ଗୁଜରାଟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମତଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ପହଞ୍ଚିଥିଲେ । କିନ୍ତୁ ଏହି ସମୟରେ ମୋଦୀ ରୋଡ଼ ଶୋ’ କରି ଆଚାର ସଂହିତା ଉଲ୍ଲଂଘନ କରିଥିବା ବିରୋଧୀ ପ୍ରକାଶ କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀ ଓ ତାଙ୍କ ନେତାଙ୍କୁ ଭିଭିଆଇପି ଦର୍ଶାଇ ମମତା କହିଛନ୍ତି ଯେ, ଏମାନେ କିଛି ବି କରିପାରିବେ । ଭୋଟିଂ ଦିନ ରୋଡ ଶୋ’ର ଅନୁମତି ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ପାର୍ଟି ନିୟମ ଉଲ୍ଲଂଘନ କରିବା ସତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ।

ଅନ୍ୟପଟେ କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ଅନେକ ନିୟମ ଉଲ୍ଲଂଘନ କରିଥିଲେ ମଧ୍ୟ ନିର୍ବାଚନ ଆୟୋଗ ଚୁପ ରହିଛି । ନିର୍ବାଚନ ଆୟୋଗ ଏପରି ଚୁପ୍ ରହିବା ଲୋକତନ୍ତ୍ର ପାଇଁ ବିପଦର ଘଣ୍ଟି । ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ଚର୍ଚ୍ଚା କରୁଛି । ପରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।