ଓଡ଼ିଶାରେ ମମତା, ୨୩ରେ ନବୀନଙ୍କ ସହ ଭେଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତ କରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମମତା ସିଧାସଳଖ ପୁରୀ ଗସ୍ତ କରିଛନ୍ତି । ପୁରୀର ନିର୍ମାଣ ନିବାସରେ ରାତ୍ରିଯାପନ କରିବା ପରେ କାଲି ଅପରାହ୍ନରେ ଶ୍ରୀଜିଉଙ୍କ ଦର୍ଶନ କରିବେ । କାଲି ରାତି ପୁରୀରେ କଟାଇବେ ଏବଂ ୨୩ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ମମତାଙ୍କ ଗସ୍ତକୁ ଦୃଷ୍ଟିରେ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।