କନ୍ନଡ ଅଭିନେତା ଚେତନ କୁମାର ଗିରଫ

ନୂଆଦିଲ୍ଲୀ: କନ୍ନଡ ଫିଲ୍ମ ଅଭିନେତା ଚେତନ କୁମାର ହିନ୍ଦୁ ଧର୍ମକୁ ନେଇ ବିବାଦିତ ବୟାନ ଟ୍ୱିଟ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ଟ୍ୱିଟରେ ହିନ୍ଦୁ ଧର୍ମର ଅସ୍ତିତ୍ତ୍ୱ ମିଥ୍ୟା ଉପରେ ଆଧାରିତ ବୋଲି ଚେତନ କହିଛନ୍ତି ।

ସୂଚନାଯୋଗ୍ୟ, ଚେତନ କୁମାର ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ମାର୍ଚ୍ଚ ୨୦ରେ ଏହି ବିବାଦିତ ବୟାନ ସେୟାର କରିଥିଲେ । ଏହାପୂର୍ବରୁ ମଧ୍ୟ ହିନ୍ଦୁ ଧର୍ମକୁ ନେଇ ଚେତନ କୁମାର ବିବାଦିତ ଟ୍ୱିଟ୍ କରିଛନ୍ତି ।