Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରେଳ ଦୁର୍ଘଟଣା: ବାହାନଗା ପହଞ୍ଚି ସ୍ଥିତି ସମୀକ୍ଷା କଲେ ମମତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରେଳ ଦୁର୍ଘଟଣା: ବାହାନଗା ପହଞ୍ଚି ସ୍ଥିତି ସମୀକ୍ଷା କଲେ ମମତା

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ବାହାନଗା ପହଞ୍ଚି ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୟରେ ମମତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ପରେ ଗଣମାଧ୍ୟମକୁ ସମ୍ବୋଧନ କରି ମମତା କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ବର୍ତ୍ତମାନ ସମୟରେ କିପରି ଲୋକଙ୍କ ଜୀବନ ବଞ୍ଚାଇବା ସେଥିପ୍ରତି ଗୁରୁତ୍ୱ ଦିଆଯିବା ଉଚିତ । ଏହି ଟ୍ରେନରେ ଆଣ୍ଟି କୋଲିଜନ ଡିଭାଇସ ଥିଲେ ଏଭଳି ଘଟଣା ଘଟିନଥାନ୍ତା । ଆମ ରାଜ୍ୟର ଯେଉଁ ଲୋକ ପ୍ରାଣ ହରାଇଛନ୍ତି ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ମୃତକଙ୍କ ମଧ୍ୟରେ ପାଖାପାଖି ୬୦ ପ୍ରତିଶତ ଲୋକ ପଶ୍ଚିମବଙ୍ଗର ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ବାନାର୍ଜୀ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ପାଖରେ ଠିଆ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୃତକଙ୍କ ସଂଖ୍ୟାକୁ ନେଇ କଥା କଟାକଟି ହୋଇଥିଲା । ମମତା ମୃତକଙ୍କ ସଂଖ୍ୟା ୫୦୦ ବୋଲି କହିଥିଲେ । ସେଠାରେ ମମତାଙ୍କୁ ରୋକି ମୃତ୍ୟୁସଂଖ୍ୟା ୫୦୦ ନୁହେଁ ୨୩୮ ବୋଲି ବୈଷ୍ଣବ କହିିଥିଲେ । ମମତା କହିଥିଲେ ୨୩୮ ସମ୍ପର୍କରେ ମୁଁ କାଲିଠୁ ଶୁଣିଛି । ଏହି ସମୟରେ କାହିଁକି କବଚ ନାହିଁ ବୋଲି ମଧ୍ୟ ମମତା ପ୍ରଶ୍ନ କରିଥିଲେ ।