ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ଲଗାନ୍ତୁ: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ: ଚୀନରେ କରୋନା ମାମଲା ବଢ଼ୁଥିବାରୁ ଭାରତ ସରକାର ମଧ୍ୟ ସତର୍କତା ଅବଲମ୍ବନ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହିକ୍ରମେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନସିଡିସି), ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଜୈବ ପ୍ରାଦ୍ୟୋଗିକ ବିଭାଗର ପ୍ରତିନିଧି ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ନୀତି ଆୟୋଗ ସଦସ୍ୟ ଡା. ବିକେ ପୋଲ ଭାଇରସ ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ଭିଡ଼ ସ୍ଥାନରେ ମାସ୍କ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଘର ଭିତରେ ହେଉ କି ବାହାରେ ଅଧିକ ଲୋକ ଥିଲେ ମାସ୍କ ଲଗାନ୍ତୁ । ଅଧିôକ ବୟସ୍କ ଲୋକଙ୍କ ପାଇଁ ଏସବୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପୋଲ କହିଛନ୍ତି ।