ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନୀବନଙ୍କ ଆଲୋଚନା, ବସ୍ ଯୋଗେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଆଣିବା ପାଇଁ ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ମହାରାଷ୍ଟ୍ରରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭିଡ଼ିଓ କନଫରେନସିଂରେ କଥା ହୋଇଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡ଼ିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରବାସୀ ଓଡ଼ିଆଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ପାଇଁ ଆଲୋଚନା କରିଛନ୍ତି। ତେବେ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ବିମାନ ସେବା ଓ ରେଳ ସେବା ବାତିଲ କରାଯାଇଥିବା ବେଳେ ସେମାନଙ୍କୁ ବସ୍ ଯୋଗେ ଓଡ଼ିଶା ଆଣିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଦୁଇ ରାଜ୍ୟର ବରିଷ୍ଠ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯିବ। ଏହି ପରିପ୍ରେକ୍ଷୀରେ ଶ୍ରମିକମାନେ ପଞ୍ଜିକରଣ କରି ଓଡ଼ିଶା ଫେରି କ୍ୱାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବସ୍ ଯୋଗେ ଓଡ଼ିଶା ପ୍ରବାସୀଙ୍କୁ ନିରାପଦରେ ଆଣିବା ପାଇଁ ଆଲୋଚନା କରିଥିଲେ। ଅନୁରୂପଭାବେ ସେମାନଙ୍କୁ ମଧ୍ୟ ବସ ଯୋଗେ ଓଡ଼ିଶା ଅଣାଯିବାକୁ ବ୍ୟବସ୍ଥା ହୋଇଛି।