ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡ଼ିତ ହୋଇ ରାଜଧାନୀର ଏକ ଘରୋଇ ନର୍ସିଂ ହୋମ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।

ସେ ୧୬ ଜୁଲାଇ ୧୯୩୬ରେ ବାଲେଶ୍ୱରର ନୀଳଗିରିରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ ଜୀବନର ପ୍ରଥମ ଶୋ ‘ଜନନୀ’ ୧୯୬୦ରେ କଟକ ସ୍ଥିତ ଅର୍ଣ୍ଣପୂର୍ଣ୍ଣ ଥିଏଟରରେ ଆରମ୍ଭ କରିଥିଲେ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ରହିଆସିଛନ୍ତି। ସେହିପରି ତାଙ୍କର ବିଶିଷ୍ଟ ନାଟକ ‘ତଟ ନିରଞ୍ଜନା’ ହିନ୍ଦି, ନେପାଳୀ, କନ୍ନଡ ପ୍ରଭୃତି ଭାଷାରେ ଅନୁମୋଦିତ ହୋଇଛି। ଏବଂ ଏହି ନାଟକଟି ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ଜାତୀୟ ପୁରସ୍କାର ପାଇଥିଲା।

ଏଥିସହ ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନରେ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଜୟଦେପ ପୁରସ୍କାର, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଅନ୍ୟପଟେ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ର ସଂଳାପ ଲେଖିଥିଲେ। ତେବେ ତାଙ୍କର ବିୟୋଗ କଳାକାର ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି କଳାକାରମାନେ ମତ ରଖିଛନ୍ତି।