ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ

ପୁରୀ,ଏନ୍‌ଏନ୍‌ଏସ୍‌: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ହେବ । ଆଜିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସିଂହଦ୍ୱାର ରୁପା ଛାଉଣୀ କରିବାକୁ ମଧ୍ୟ ସ୍ଥିର କରାଯାଇଛି । ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଦାତା ଯୋଗାଇ ଦେବେ । ମୋଟ କେତେ ରୁପା ଲାଗିବ ଜଣାଇଲା ପରେ ଦାତା ଦେବେ । ସେସମୟରେ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।