ବୁଧବାର ମଦ୍ରାସା ପରୀକ୍ଷା ଫଳ

 ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ମଦ୍ରାସା ପରିଷଦ ଦ୍ୱାରା ପରିଚାଳିତ ମୌଲବି(ଦଶମ), ମାହିର(ଯୁକ୍ତ୨), ଆଲିମ (ଯୁକ୍ତ ୩) ଏବଂ ଫାଜିଲ (ଏମଏ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ ।  ୧୨ଟା ୩୦ରେ ଭୁବନେଶ୍ୱରସ୍ଥିତ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଚଳିତବର୍ଷ ୧୫୭ ସ୍କୁଲର ୧୩୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମୌଲବିରେ ସର୍ବାଧିକ ୫୨୪ ଜଣ ଥିବାବେଳେ ମାହିରରେ ୨୭୬, ଅଲିମରେ ୪୧୬ ଓ ଫାଜିଲରେ ୯୦ ଜଣ ପରୀକ୍ଷା ଦେଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।