ଅନଲାଇନରୁ ଶିଖିଲା ଡକାୟତି ପାଠ: ଋଣ ସୁଝିବା ପାଇଁ ଲୁଟିଲେ ବ୍ୟାଙ୍କ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ବରିମୁଣ୍ଡ ଓ ଇନଫୋସିଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଦୁଇ ବ୍ୟାଙ୍କ ଲୁଟ ପଛରେ ରହିଛି ଜଣେ ଲୁଟେରାର ହାତ ଥିବା ନେଇ ପୁଲିସ ସୂଚନା ଦେଇଛି। ଏଥିସହିତ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିବା ସହିତ ତା ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରିଛି। ଅନଲାଇନରୁ ଡକାୟତି ଶିଖିଥିଲେ। ଖେଳନା ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିଲା। ଏନେଇ କମିସନରେଟ୍‌ ପୁଲିସ‌ର ସ୍ପେଶାଲ୍ ସ୍କ୍ୱାଡ ମାମଲାର ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣଙ୍କ ଟୁଲୁ ଓରଫ ସୌମ୍ୟରଞ୍ଜନ ଜେନା, କର୍ମସରେ ପ୍ଲସ ଟୁ ପାସ ପରେ ଦୋକାନ କରିଥିଲା। ବ୍ୟବସାୟୀ। ଋ଼ଣ ସୁଝିନପାରି ବ୍ୟାଙ୍କ ଲୁଟ୍ କରିବାକୁ ଯୋଜନା କରିଥିଲା। ଏଥିନିମନ୍ତେ ପ୍ରଥମେ ଅନଲାଇନରୁ ଲୁଟ୍‌ର କୌଶଳ ଶିଖିଥିଲା। ଯେଉଁ ୨ଟି ବ୍ୟାଙ୍କରୁ ଲୁଟ ହୋଇଛି ସେଠାରୁ ଅପରାଧୀ ଜଣଙ୍କ ୧୯ ଲକ୍ଷ ଟଙ୍କାର ଲୋନ୍ ନେଇଥିଲା। ମାତ୍ର ୬ ଲକ୍ଷ ଟଙ୍କା ସୁଜିଥିଲା। ଲକଡାଉନ ପୂର୍ବରୁ ମାସିକ କିଣାବିକା ୯ରୁ ୧୦ ଲକ୍ଷ ହେଉଥିଲା। ଲକଡାଉନ ପରେ ଋଣ ବୋଝ ମାଡି ବସିଲା। ଫଳରେ ବ୍ୟାଙ୍କରୁ ଲୋନ କରିଥିବା ଟଙ୍କା ସୁଝିବାରେ ଅସୁବିଧା ହୋଇଥିଲା। ଯାହାକୁ ନେଇ ୨ ବ୍ୟାଙ୍କରୁ ୧୨ ଲକ୍ଷ ୭୪ ହଜାର ଲୁଟ୍ କରିଥିଲା। ଏବଂ ସେହି ବ୍ୟାଙ୍କରେ ଋଣ ସୁଝିଥିଲା। ଲୁଟେରା ନିକଟରୁ ୧୦ ଲକ୍ଷ ୭୬ ହଜାର ୬୦୦ ଟଙ୍କା ଜବତ କରିଛି ପୁଲିସ।

ଏହାପରେ ଗତ ମାସ ୭ ତାରିଖରେ ଇନଫୋସିଟି ଅଂଚଳର ଇଣ୍ଡିଆନ ଓଭର ସିଜ ବ୍ୟାଙ୍କରେ ଓ ସେହି ମାସ ୨୮ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟିଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କେହି ଯେପରି ନ ଚିହ୍ନି ପାରିବେ ସେ ନେଇ ମୁଣ୍ଡରେ ହେଲମେଟ୍ ଲଗାଇ ବ୍ୟାଙ୍କରେ ପଶି ଲୁଟ୍ କରିଥିଲେ। ଦୁଇଟି ଲୁଟ‌ରେ ଲୁଟେରାର ଚେହେରା ଓ ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ ତଦନ୍ତ ପରିସରକୁ ଆଣି ଏହି ମାମଲା ଉପରୁ ପରଦା ହଟାଇଛି ସ୍ପେଶାଲ ସ୍କ୍ୱାଡ୍।